ଓଡିଆ ସିନେମା ମଇଦାନରେ ଭାଇ ପାଇଁ ଛିଡା ହେଲେ ଆଉ ଜଣେ ଭାଇ । ବାବୂଶାନ ଦେଖାଇଲେ ମହତ ପଣିଆ, ରାମ ସିନେମା ପାଇଁ ନିଜେ ବାବୁସାନ କରିବେ ପ୍ରଚାର । କାଲି ମନୋଜ ମିଶ୍ରଙ୍କୁ ଭୁଲ ମାଗିଲେ ଆଜି ଅରିନ୍ଦମଙ୍କ ସହ ବସି କଫି ପିଇଲେ । ବିବାଦ ପରେ ଫ୍ଲପ ନୁହେଁ ଏବେ ହିଟ ହବ ରାମ ସିନେମା ।ଅରିନ୍ଦମ ଓ ବାବୁସାନ ଦୁଇଜଣ ବେଶ ହସ ଖୁସିରେ କଫି ରାମ ସିନେମାକୁ ନେଇ ଚର୍ଚ୍ଚା କରିଥିଲେ ।
ଏଇ ଭିତରେ ରାମ ସିନେମା ଦର୍ଶକଙ୍କ ମନକୁ ପସନ୍ଦ ଆସିଥିଲା କିନ୍ତୁ ଫୁନି ବିବାଦ ଭିତରକୁ ଠେଲି ହେଇ ଯାଇଥିଲା । କିନ୍ତୁ ଏବେ ସବୁ କିଛି ଉପରେ ପଡିଛି ପୂର୍ଣ୍ଣଚ୍ଛେଦ, ବାବୁସାନ ଏବେ ଅରିନ୍ଦମ ଙ୍କ ସହ ମିଶି କଫି ପିଉଛନ୍ତି। ଆଗକୁ ଉଭୟ ଉଭୟଙ୍କର ସିନେମାକୁ ପ୍ରମୋଟ କରିବେ ଓ ଏକଥା ବି ଚର୍ଚ୍ଚା ହେଉଛି ଆଗାମୀ ଦିନରେ ଦୂହିଁଙ୍କର ଏକ ନୂଆ ସିନେମା ଆସିପାରେ ।