ଆସନ୍ତା ୨୪ ରେ ବାତ୍ୟା ର ରୂପ ନେବ ଲଘୁଚାପ, ୫ ଜିଲ୍ଲାକୁ ଆଗୁଆ ସତର୍କ ସୂଚନା ଜାରି

୨୪ରେ ବାତ୍ୟାର ରୂପ ନେଇ ପାରେ ଲଘୁଚାପ । ବଙ୍ଗୋପସାଗର ଅବପାତ ର ରୂପ ନେବ । ୨୨ ରେ ଘନୀଭୂତ ହୋଇ ଅବପାତରେ ପରିଣୀତ ହେବ । ବର୍ଷା ରେ ଧୋଇ ଯାଇପାରେ ପୂଜା ବଜାର । ଦଶହରାକୁ ଫିକା କରି ଦେଇ ପାରେ ବାତ୍ୟା । କାରଣ ବଙ୍ଗୋପସାଗର ରେ ଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣୀତ ହୋଇଛି ।

ଏହା ଏବେ ଦକ୍ଷିଣ ମଶ୍ଚିମ ତତସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ରହିଛି । ୨୩ ତାରିଖ ବେଳକୁ ଅବପାତର ରୂପ ନେବ । ଏପଟେ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ଲଘୁଚାପ ସୃଷ୍ଟି ହୋଇଛି । ଏହା ଆସନ୍ତା ୬ ଘଣ୍ଟାରେ ଅବପାତରେ ପରିଣୀତ ହୋଇ ପାରେ । ପରବର୍ତ୍ତୀ କିଛି ସମୟ ମଧ୍ୟରେ ଆରବ ସାଗରରେ ବାତ୍ୟା ଆଶଙ୍କା ରହିଛି ।

ବାତ୍ୟା ସୃଷ୍ଟି ହେବ କିନ୍ତୁ ଏହା ଭାରତ ପ୍ରତି ବିପଦ ନାହିଁ । ଏହା ଓମାନ ଆଡକୁ ମୁହାଁଇବ । ଆରବ ସାଗରରେ IMD ବର୍ତ୍ତମାନ ସୁଧା ବାତ୍ୟାର ଆକଳନ କରି ନାହିଁ । ସ୍ଥିତି ଉପରେ ନଜର ରଖା ଯାଇଛି । ସମ୍ଭାବ୍ୟ ବାତ୍ୟା ୨୨ ତାରିଖ ବେଳକୁ ଆନ୍ଧ୍ର ଉପକୂଳକୁ ମୁହାଁଇବ ।

୨୩ ତାରିଖରେ ଓଡିଶା ଉପକୂଳ ମୁହାଁ ହେବ । ଏହା ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ୨୬ କିମ୍ବା ୨୭ ତାରିଖ ବେଳକୁ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ସମୁଦ୍ର ରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୨୦ ରୁ ଅଧିକ ରହିବ ବୋଲି ଆକଳନ କରା ଯାଇଛି ।

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରପଡା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨୩ରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ବୋଲି ଜଣା ପଡିଛି ।

Leave a Comment