ଆସନ୍ତା ଶନିବାର ୧୪ ଅକ୍ଟୋବର ସୂର୍ଯ୍ୟ ପରାଗ ବର୍ଷ ସବୁଠାରୁ ଭୟଙ୍କର ସୂର୍ଯ୍ୟପରାଗ, ୪ ଟି ରାଶି ସାବଧାନ ରୁହନ୍ତୁ ନଚେତ

ଆସନ୍ତା ୧୪ ତାରିଖ ଶନିବାର ଦିନ ତଥା ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଅଛି । ଯାହାକି ଏବର୍ଷ ସୂର୍ଯ୍ୟ ପରାଗ ଟି ଏହି ବର୍ଷ ଦୀର୍ଘତମ ମାହାଜାଗତିକ ଦୃଶ୍ୟ ଭାବେ ପୃଥିବୀ ପୃଷ୍ଠରେ ଦେଖାଯିବ । ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ଏହି ସମୟକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ସମୟ ଭାବେ ଧରା ଯାଇଥାଏ ।

ଏହି ସମୟରେ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା ଆଲୋକ ପୃଥିବୀ ପୃଷ୍ଟରେ ସିଧା ସଳଖ ପଡି ନଥାଏ ଯାହା ଦ୍ଵାରା ଏହି ସମୟରେ ନକରାତ୍ମକ ଶକ୍ତି ଗୁଡିକ ଜାଗ୍ରତ ହୋଇ ଉଠିଥାନ୍ତି । ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ମଧ୍ୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି । ଆଜି ଆମେ ଏହି ଲେଖା ମାଧ୍ୟମରେ ଜାଣିବା ସୂର୍ଯ୍ୟ ପରାଗ ସମୟରେ ଶୁଭ ଅଶୁଭ ରାଶି, ପାକ ନିଷେଧ ସମୟ ସୂର୍ଯ୍ୟ ପରାଗର ବିଶେଷ ପ୍ରଭାବ ବିଷୟରେ ଓ ତେବେ ଏହା ଓଡିଶାରେ ପାଳନ ହେବ କି ନାହିଁ ସେ ବିଷୟରେ ଜାଣିବା ।

ବନ୍ଧୁ ମାନେ ସାଧାରଣତଃ ସୂର୍ଯ୍ୟ ପରାଗ ଅମାବାସ୍ୟାରେ ଓ ଚନ୍ଦ୍ର ଗ୍ରହଣ ପୁର୍ଣିମା ତିଥିରେ ପଡିଥାଏ । ଯେହେତୁ ଏହା ସୂର୍ଯ୍ୟ ପରାଗ ତେଣୁ ଏହା ଅମାବାସ୍ୟା ତିଥିରେ ପଡୁଛି । ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ କନ୍ୟା ରାଶି ଓ ଚିତ୍ରା ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟ ପରାଗ କନ୍ୟା ରାଶିରେ ସଂଗଠିତ ହେବ । ଯାହା ଦ୍ଵାରା କନ୍ୟା ରାଶିର ବ୍ୟକ୍ତି ମାନଙ୍କ ଉପରେ ଏହା ପ୍ରଭାବ ଯଥେଷ୍ଠ ରହିବ । ଏହି ସୂର୍ଯ୍ୟ ପରାଗ କଙ୍କଣ ଆକୃତିର ସୂର୍ଯ୍ୟ ପରାଗ ଭାବେ ଦୃଶ୍ୟମାନ ହେବ ।

ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ଓ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ କରା ଯାଇଥାଏ । ଏହି ସମୟକୁ ଆମେ ସୁତକ ସମୟ କହି ଥାଉ । ଏହି ପରାଗ ଲାଗୁଥିବା ସମୟରେ ପେଟରେ କୌଣସି ଖାଦ୍ୟ ପଦାର୍ଥ ନରହିବା ହିଁ ଭଲ । ତେଣୁ ପରାଗର ୧୨ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ କରା ଯାଇଥାଏ । ଏବେ ଚାଳନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେଉଁ ସମୟରେ ଲାଗିବା ଓ ତାହାର ସମ୍ପୂର୍ଣ ବିବରଣୀ ବିଷୟରେ ।

ସୂର୍ଯ୍ୟ ପରାଗର ସମୟ – ଏହି ସୂର୍ଯ୍ୟ ପରାଗର ସମୟ ବା ଗ୍ରାସର ସମୟ ହେଉଛି ୧୪ ଅକ୍ଟୋବର ଶନିବାର ରାତ୍ରି ୦୮.୩୩ ମିନିଟ ରୁ ଆରମ୍ଭ ହେବ ଏବଂ ରାତ୍ରି ୨.୨୫ ମିନିଟରେ ଶେଷ ହେବ । ଏହାର ମଧ୍ୟ କାଳ ରହିଛି ରାତ୍ରି ୧୧.୨୯ ମିନିଟ । ଏହି ପରାଗ ମହାକାଶରେ ପ୍ରାୟ ୫ ଘଣ୍ଟା ୫୨ ମିନିଟ ପର୍ଯ୍ୟନ୍ତ ଲାଗି ରହିବ । ଏହି ସୂର୍ଯ୍ୟ ପରାଗ ଆମେରିକା, ଆଫ୍ରିକା, ୟୁରୋଫ ଓ ପାଶ୍ଚାତ୍ୟ ଦେଶ ଗୁଡିକରେ ସଂପୂର୍ଣ୍ଣ ଭାବେ ଦୃଶ୍ୟ ମାନ ହେବ । କିନ୍ତୁ ଏହି ପରାଗ ଭାରତ ଓ ଓଡିଶାରେ ଦୃଶ୍ୟମାନ ହେବ ନାହିଁ ।

ଯେହେତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାର ସୁତକ ସମୟ ବା ପାକ ନିଷେଧ ସମୟ ମାନ୍ୟ ହେବ ନାହିଁ । ସୂର୍ଯ୍ୟ ପରାଗ ସମୟରେ ହାଣ୍ଡି ଛାଡ ବା ପାକ ନିଷେଧ ପାଳନ ହେବ ନାହିଁ । କିନ୍ତୁ ଏହି ସୂର୍ଯ୍ୟ ପରାଗର ପ୍ରଭାବ ପୃଥିବୀ ଉପରେ ପଡିବ । ସୂର୍ଯ୍ୟ ପରାଗ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥିବାରୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ବାରଣ ହୋଇଛି ।

ଏହି ସୂର୍ଯ୍ୟ ପରାଗ ରିଂ ବା ମୁଦ୍ରିକା ଆକୃତିର ଲାଗିବା ଅଛି । ଏହି ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ସୂର୍ଯ୍ୟ ପରାଗରେ ଗ୍ରହ ଓ ନକ୍ଷତ୍ର ମାନଙ୍କରେ ବହୁତ ବଡ ପରିବର୍ତ୍ତନ ଆସିବ । ଗ୍ରହ ମାନଙ୍କର ପରିବର୍ତ୍ତନ ହେତୁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ କେତେକ ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବା ପାଇଁ ଯାଉଛି । ତେବେ ସେହି ସବୁ ଭାଗ୍ୟ ଶାଳି ରାଶି ଗୁଡିକ ହେଉଛି ମେଷ, ବୃଷ, କର୍କଟ, ତୁଳା, ବିଛା, ଧନୁ, କୁମ୍ଭ ଏବଂ ମୀନ । ଏଥି ସହିତ ସିଂହ, ମିଥୁନ, କନ୍ୟା ଓ ମକର ରାଶିର ବ୍ୟକ୍ତି ମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିବ । ଏହି ୪ ରାଶିର ବ୍ୟକ୍ତି ବିଶେଷ ମାନେ ଭଗବାନଙ୍କ ନାମ ସ୍ମରଣ କରନ୍ତୁ ।

Leave a Comment