ଆଠଗଡ ମହୋତ୍ସବରେ ପ୍ୟାନ୍ସଙ୍କୁ ନିରାଶ କରିଲେ ହ୍ୟୁମାନ ସାଗର, ବିପି ବଢିଯିବାରୁ ଗୋଟିଏ ବି ଗୀତ ଗାଇ ପାରି ନଥିଲେ

ଆଠଗଡ ମହୋତ୍ସବ ରେ ଦର୍ଶକ ମାନେ ଓଡିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗରଙ୍କ ଠାରୁ ସୁମଧୁର ଗୀତ ଶୁଣିବା ଅପେକ୍ଷା କରିଥିଲେ, କିନ୍ତୁ ଦେଖିବା ପାଇଁ ମିଳିଲା କିଛି ଭିନ୍ନ କଥା । ହ୍ୟୁମାନ୍ ସାଗର ମଞ୍ଚ ଉପରକୁ ଆସିଥିଲେ ସତ କିନ୍ତୁ ଦର୍ଶକ ମାନଙ୍କୁ ଗୀତ ଶୁଣାଇ ନଥିଲେ କହିଥିଲେ ଅଜବ କଥା ଟିଏ । ହ୍ୟୁମାନ୍ ସାଗର ଦର୍ଶକଙ୍କୁ କ୍ଷମା ମାଗି କହିଥିଲେ ତାଙ୍କୁ ଉଚ୍ଚ ରକ୍ତ ଚାପ ରହିଛି ତେଣୁ ସେ ଗୀତ ଗାଈ ପାରିବେ ନାହିଁ ।

ଆଠଗଡ ମହୋତ୍ସବ ପାଇଁ ଦର୍ଶକ ମାନେ ଅନେକ ଦୂର ଦୂରାନ୍ତରୁ ଆସିଥିଲେ କିନ୍ତୁ ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ଦର୍ଶକ ମାନେ ନିରାଶ ହୋଇ ଫେରିଥିଲେ । ଯେକୌଣସି ଜାଗାରେ କୌଣସି ଏକ ମହୋତ୍ସବର ଆୟୋଜନ ହୋଇଥାଏ ଏହା ବହୁତ ବଡ ଆକାରରେ ହୋଇଥାଏ ଏବଂ ଯେତେବେଳେ ଦର୍ଶକଙ୍କ ପ୍ରିୟ ଅତିଥି କିମ୍ବା ଗାୟକ କି କୌଣସି ସୁପରଷ୍ଟାର ଆସି ଥାନ୍ତି ତାଙ୍କ ପାଇଁ ଭିଡ ଆହୁରି ଅଧିକ ରହିଥାଏ ।

ଓଡିଶାରେ ହ୍ୟୁମାନ ସାଗରଙ୍କର ଅନେକ ଫ୍ୟାନ ରହିଛନ୍ତି, ଓଡିଶାର ଏକ ନମ୍ବର ସିଙ୍ଗର, ତାଙ୍କ ପାଇଁ ଲୋକଙ୍କ ମନରେ ଅନେକ କ୍ରେଜ ରହିଥାଏ, ହ୍ୟୁମାନ ଉକ୍ତ ରକ୍ତଚାପ ପାଇଁ ଗୀତ ଗାଇ ପାରି ନଥିଲେ ଶେଷରେ ତାଙ୍କ ଫ୍ୟାନ୍ସ ମାନେ ନିରାଶ ହୋଇ ଫେରିଥିଲେ । ଆଠଗଡ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।

Leave a Comment