ଆଜି ୩୧ ଅକ୍ଟୋବର ୨୦୨୩ ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ ତୃତୀୟା ରା.ଘ.୯.୩୧ ଗତେ ଚତୁର୍ଥୀ ରୋହିଣୀ ନକ୍ଷତ୍ର ରା.ଘ ୩.୫୮ ଗତେ ମୃଗଶିରା ନକ୍ଷତ୍ର ।
ମେଷ ରାଶି – ଆପଣଙ୍କ ସାହାସ ବୃଦ୍ଧି ହେବ, ରୋଜଗାର ସମ୍ବନ୍ଧୀୟ କ୍ଷେତ୍ରରେ ଶୁଭ ଫଳ ମିଳିବ, ପାରିବାରିକ ଜୀବନ ଉତ୍ତମ ହେବ, କିଛି ମହତ୍ତ୍ଵ ପୂର୍ଣ୍ଣ କଥାର ଆଲୋଚନା କରିବେ, ଧନ ଆଗମନରେ ରୋଜଗାରର ନୂଆ ସ୍ରୋତ ମିଳିବ ।
ବୃଷ ରାଶି – ବ୍ୟକ୍ତିତ୍ବରେ ସକାରାତ୍ମକ ପ୍ରଭାବ ଆସିବ, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଆସିବ କିନ୍ତୁ ଶେଷରେ ପରିଣାମ ଭଲ ହେବ, ଗୃହରେ ସାମାନ୍ୟ ମତ ଭେଦ ଦେଖା ଦେଇ ପାରେ, ଆର୍ଥିକ ସ୍ଥିତି ଆହୁରି ସୃଦୃଢ ହେବେ, ସ୍ୱାସ୍ଥ୍ୟ ବସ୍ଥା ଭଲ ରହିବ, ଆଜି ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।
ମିଥୁନ ରାଶି – ଆଜି କିଛି ସମସ୍ୟା ଆସିପାରେ, ନିଜ ବାଣୀରେ ସାବଧନତା ରଖନ୍ତୁ, ରାଜ ଧଣ୍ଡର ଭୟ ରହିଛି, ପାରିବାରିକ କାର୍ଯ୍ୟରେ ସନ୍ତୁଷ୍ଟି ମିଳିବ, ପାରିବାରିକ ଖର୍ଚ୍ଚରେ ବୃଦ୍ଧି ହେବ । ଧନ ସମ୍ବନ୍ଧିତ ଚିନ୍ତା ବ୍ୟଥିତ କରି ପାରେ । ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିବ ।
କର୍କଟ ରାଶି – ଆଜି ବ୍ୟସାୟରେ ଉତ୍ତମ ଲାଭ ହେବ, ଭାଗ୍ୟ ଆଜି ଆପଣଙ୍କୁ ସଂପୂର୍ଣ୍ଣ ସହାୟତା ଦେବ, ବିଦେଶ ସମ୍ବନ୍ଧିତ କୌଣସି ଶୁଭ ଖବର ମିଳିବ, ମାତାଙ୍କ ସହଯୋଗ ମିଳିବ, ପ୍ରେମ ଜୀବନରେ ନବୀନତା ଆସିବ, ଆଜି ମାତା ଲକ୍ଷ୍ମୀଙ୍କୁ ଶ୍ଵେତ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ ।
ସିଂହ ରାଶି – ବ୍ୟବସାୟରେ ଲାଭ ହେବ, ରୋଜଗାର ନୂଆ ନୂଆ ପନ୍ଥା ଦେଖା ଯିବ, ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିଛି । ବିଦ୍ୟାର୍ଥୀ ଛାତ୍ର ଛାତ୍ରୀଙ୍କ ପାଇଁ କାର୍ଯ୍ୟ ବୋଝ ଲାଗି ରହିବ । ବୈବାହିକ ଦାମ୍ପତ୍ୟ ଜୀବନ ସୁଖମଯ ହେବ ।
କନ୍ୟା ରାଶି – ଆଜି ଭାଗ୍ୟ ସଂପୂର୍ଣ୍ଣ ସାଥ ମିଳିବ, ବ୍ୟାପାର ରେ ଭଲ ଲାଭ ହେବାରୁ ମନ ଶାନ୍ତି ରହିବ, ବେରୋଜଗାର ବ୍ୟକ୍ତି ପାଇଁ କିଛି ଶୁଭ ଖବର ମିଳିବ, ପ୍ରେମ ଜୀବନରେ ଭଲ ଖବର ମିଳିବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ ।
ତୁଳା ରାଶି – ଭାଗୀଦାରୀ ଯେଉଁ କାର୍ଯ୍ୟ ହୋଇଛି ସେଥିରେ ଅବରୋଧ ଆସିପାରେ, ବିରୋଧୀ ଓ ଶତ୍ରୁ ମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିବେ । ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ । ଖର୍ଚ୍ଚ ରେ ବୃଦ୍ଧି ହେବ, ଜୀବନ ସାଥିଙ୍କ ସହିତ ମତ ଭେଦ ହେବ । ଆଜି ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ ।
ବିଛା ରାଶି – ସହଯୋଗୀଙ୍କ ସାହାର୍ଯ୍ୟ ପାଇବେ, ବ୍ୟବସାୟରେ ଉତ୍ତମ ଫଳ ମିଳିବ, ପାରିବାରିକ ଜୀବନରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ, ପିତାଙ୍କ ମାର୍ଗ ଦର୍ଶନ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ସମାପ୍ତ ହେବ ।
ଧନୁ ରାଶି – ବ୍ୟବସାୟୀ ମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ବିସ୍ତାରର ଯୋଗ ରହିଛି, ସମୟର ସଦଉପଯୋଗ ହେବ, ଆପଣଙ୍କ ପରିଶ୍ରମ ଆପଣଙ୍କୁ ପୂର୍ଣ୍ଣ ଫଳ ପ୍ରଦାନ କରିବ , ପାରିବାରିକ ସୁଖରେ ବୃଦ୍ଦି ହେବ, ସନ୍ତାନ ଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବେ , ଋଣ ଭାର ପାଇଁ ଚିନ୍ତା କରିବେ ।
ମକର ରାଶି – ପରିଶ୍ରମର ଉତ୍ତମ ଫଳ ମିଳିବ, ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ, ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ, ରାଜନୀତି ସହିତ ଜଡିତ ବ୍ୟକ୍ତି ସଫଳ ହେବେ, ଜୀବନ ସାଥିଙ୍କ ସହଯୋଗ ମିଳିବ, ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ।
କୁମ୍ଭ ରାଶି – ମାନସିକ ଅଶାନ୍ତି ଆସିପାରେ, ରାଜନୈତିକ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିଛି କିନ୍ତୁ ଷଡଯନ୍ତ୍ର ରୁ ସାବଧନା ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଦେବେ, ପାରିବାରିକ କ୍ଷେତ୍ରରେ କିଛ ସମସ୍ୟା ଆସିବ ।
ମୀନ ରାଶି – ଆପଣଙ୍କ ଖ୍ୟାତିରେ ବିସ୍ତାର ହେବ, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୁଳ ରହିଛି, କିଛି ନୂଆ ସମ୍ପର୍କ ଯୋଡି ହେବ, ପରିବାରରେ ହସ ଖୁସି ଲାଗି ରହିବ , ଆର୍ଥିକ ଉନ୍ନତି ର ଯୋଗ ରହିଛି, ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ ।