ଆଜି ୩୦ ଅକ୍ଟୋବର ୨୦୨୩ ସୋମବାର, କାର୍ତ୍ତିକ କୃଷ୍ଣପକ୍ଷ ଦ୍ଵିତୀୟା ରା.ଘ.୧୦.23 ଗତେ ତୃତୀୟା କୃତତୀକ ନକ୍ଷତ୍ର ରା.ଘ ୪.୦୧ ଗତେ ରୋହିନୀ ନକ୍ଷତ୍ର ।
ମେଷ ରାଶି – ଆଜି ଆପଣଙ୍କ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ହେବେ, ଆଜି ଆପଣ ଲୋକପ୍ରିୟତା ହାସଲ କରିବେ, କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ ଯାହା କି ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବ, ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀ ମାନେ କରିଥିବା ପରିଶ୍ରମର ଫଳ ପାଇବେ । ପାରିବାରିକ ଜୀବନ ଉତ୍ତମ ହେବ, ପ୍ରେମ ଜୀବନରେ ନବୀନତା ଆସିବ ।
ବୃଷ – ଆଜି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ଵ ଦ୍ଵାରା ପ୍ରଭାବିତ ହେବେ, ସ୍ଥଗିତ କାର୍ଯ୍ୟ ଆରମ୍ଭ ହେବ, ଆପଣଙ୍କ ବାଣୀ ପ୍ରଭାବଶାଳୀ ହେବ, ପାରିବାରିକ ଜୀବନ ସୁଖମୟ ହେବ, ସନ୍ତାନ ମାନେ ଶୁଭ ଫଳ ଦେବେ, ଘରର ବରିଷ୍ଠଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନଗଦ ଟଙ୍କା ପାଇବେ, ଦୂର ସ୍ଥାନ ଭ୍ରମଣରୁ ଶାରୀରିକ ଥାକାପଣ ଆସିବ । ଆଜି ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ ।
ମିଥୁନ – ଆଜି ଆପଣଙ୍କୁ ନିଜ ନିଷ୍ପତି ରେ ସତର୍କ ରୁହନ୍ତୁ, ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରନ୍ତୁ, ଅଧିକାରୀ ଙ୍କ ସହିତ ନିଜର ସମ୍ପର୍କକୁ ଭଲ ରହିବ, ନୂତନ ରୋଜଗାର ପାଇଁ ଆଜିର ସମୟ ଅନୁକୂଳ ନୁହେଁ । ପରିବାରରେ ଚିନ୍ତା ଆସିବ, ପାରିବାରିକ ଖର୍ଚ୍ଚ ବଢିବ, ପ୍ରେମ ସମ୍ପର୍କ ରେ କିଛି ସମସ୍ୟା ଆସିବ ।
କର୍କଟ ରାଶି – ସମାଜରେ ମାନ ସମ୍ମାନ ବଢିବ, ବ୍ୟବସାୟରେ ଲାଭ ହେବ, ରୋଜଗାର କ୍ଷେତ୍ରରେ ସୁଫଳ ମିଳିବ, ଭବିଷ୍ୟତ ଯୋଜନା ପାଇଁ ଅନୁଭବୀ ଙ୍କ ପରାମର୍ଶ ମିଳିବ, ସନ୍ତାନ ମାନେ ଉନ୍ନତି କରିବେ, ପ୍ରେମ ଜୀବନରେ ନୂତନତା ଆସିବ । ଆର୍ଥିକ ସ୍ଥିତି ଉତ୍ତମ ରହିବ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ତୁଲସୀ ଗଛରେ ଜଳ ଅର୍ପଣ କରନ୍ତୁ ।
ସିଂହ ରାଶି – ବ୍ୟବସାୟରେ ଫଳଲାଭ ଦାୟକ ହେବ, ପ୍ରତିଯୋଗୀ ପରୀକ୍ଷାର ପରିଣାମ ସୁଖଦ ହେବ, ଆପଣ ମାନ ସମ୍ମାନ ବଢିବ, ପିତା ମାତା ଆପଣଙ୍କ ପ୍ରତି ଗୌରବାନ୍ଵିତ ଅନୁଭବ କରିବେ, ବନ୍ଧୁଙ୍କଠାରୁ ନିରାଶା ହେବେ । ପିତାଙ୍କ ସ୍ୱାସ୍ଥ୍ୟବସ୍ଥାର ଧ୍ୟାନ ରଖନ୍ତୁ, ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।
କନ୍ୟା ରାଶି – ଅତୀତ ରେ କରିଥିବା କଠିନ ପରିଶ୍ରମର ଫଳ ମିଳିବ, ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯୋଜନା ଅନୁଯାଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ, ବୈବାହିକ ଜୀବନ ସୁଖମୟ ହେବେ, ପିତା ମାତାଙ୍କ ସମର୍ଥନ ମିଳିବ, ପୂର୍ବ ରୁ ଅଟକି ଥିବା ଧନ ମିଳିବ, ଆଜି ଆପଣ ଶିବ ଳିଙ୍ଗରେ ବେଳ ପତ୍ର ଅର୍ପଣ କରନ୍ତୁ ।
ତୁଳା ରାଶି – ଆଜି କାର୍ଯ୍ୟରେ ବାଧା ପାଇଁ ମାନସିକ ଚାପ ଆସିପାରେ, ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ରେ ସଫଳ ହେବେ, ପୂର୍ବରୁ ଅଟକିଥିବା କାମରେ ଗତି ଆସିବ, ପାରିବାରିକ ଜୀବନ କିଛି ଅସୁବିଧା ଆସିବା କିନ୍ତୁ ସମାଧାନ ବି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ, କିନ୍ତୁ ଖର୍ଚ୍ଚ ବଢି ପାରେ । ଅସାହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।
ବିଛା ରାଶି – ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ, ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ, ରାଜନୀତି ସହିତ ଜଡିତ ବ୍ୟକ୍ତି ସଫଳ ହେବେ, ଜୀବନ ସାଥିଙ୍କ ସହଯୋଗ ମିଳିବ, ପ୍ରେମ ସମ୍ପର୍କରେ ମଧୁରତା ଆସିବ କିନ୍ତୁ ମନ ମାଳିନ୍ୟ ଆସି ପାରେ, ଆଜି ଆପଣ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।
ଧନୁ ରାଶି – ଆଜି ଆପଣ ଶତ୍ରୁଙ୍କୁ ପରାସ୍ତ କରିବେ, ବ୍ୟବସାୟୀ ମାନଙ୍କ ପାଇଁ ସ୍ଥିତି ଭଲ ରହିବ, ବନ୍ଧୁମିତ୍ର ଙ୍କ ସାହାର୍ଯ୍ୟରେ କାର୍ଯ୍ୟ ପୂରଣ ହେବ, ପାରିବାରିକ ସୁଖ ସମୃଦ୍ଧି ହେବ, ପୈତୃକ ସମ୍ପତ୍ତି ମିଳିବ, ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପିତାଙ୍କ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନିଅନ୍ତୁ, ଆଜି ଆପଣ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ ।
ମକର ରାଶି – ବ୍ୟବସାୟରେ ଧୀରେ ଧୀରେ ପ୍ରଗତି ହେବ, ଉତ୍ତମ ରୋଜଗାର ହେବେ, ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ, ବାଦ ବିବାଦ ରୁ ଦୂରେଇ ରୁହନ୍ତୁ ଅନ୍ୟଥା କ୍ଷତି ହୋଇପାରେ ।
କୁମ୍ଭ ରାଶି – ବ୍ୟବସାୟରେ ଆପଣଙ୍କ ସହିତ ଧୋକା ହେବାର ସମ୍ଭାବନା ରହିଛି, କୌଣସି ସୁଯୋଗକୁ ହାତ ଛଡା କରନ୍ତୁ, ପାରିବାରିକ ଜୀବନରେ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଚିନ୍ତିତ ରହିବ, ଆର୍ଥିକ ସ୍ଥିତି କ୍ଷେତ୍ରରେ ବୁଝି ବିଚାରି କାମ କରନ୍ତୁ, ସାମାନ୍ୟ ଖର୍ଚ ବଢିବ।
ମୀନ ରାଶି – ଆଜି ପରାକ୍ରମରେ ବୃଦ୍ଧି ହେବ, ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସଫଳତା ମିଳିବ, ପାରରିବାରିକ ଜୀବନରେ ଭାଇ ମାନଙ୍କର ସାହାର୍ଯ୍ୟ ମିଳିବ, ପ୍ରେମ ସମ୍ପର୍କରେ କିଛି ନୂତନତା ଆସିବ, ଅବିବାହିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିଛି, ଆର୍ଥିକ ଉନ୍ନତି ହେବ, ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଆଜି ଆପଣ ଶିବ ଳିଙ୍ଗରେ ବେଳ ପତ୍ର ଅର୍ପଣ କରନ୍ତୁ ।