ଆଜି ୨୮ ଅକ୍ଟୋବର ୨୦୨୩ ଶନିବାର, କୁମାର ପୁର୍ଣିମା, ଗଜ ଲକ୍ଷ୍ମୀ ପୂଜା କେମିତି କଟିବ ଦିନ

ଆଜି ୨୮ ଅକ୍ଟୋବର ୨୦୨୩ ଶନିବାର ଆଶ୍ଵିନ ପୂର୍ଣ୍ଣମୀ ତିଥି ।

ମେଷ ରାଶି – ଆଜି ଆପଣଙ୍କର ଦିନ ଆପଣଙ୍କ ମନ ମୁତାବକ ବ୍ୟତିତ ହେବ, ଆଜି ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ନିଜର ସମୟ ଅତିବାହିତ କରିବେ ଯାହା ଭବିଷ୍ୟତରେ ଲାଭ ଫଳ ଦେବ। ଦିନର ଦ୍ଵିତୀୟାର୍ଦ୍ଧରେ କୌଣସି ଚିନ୍ତା ଜନକ ସମସ୍ୟା ଆସିପାରେ । ନିଜର ପ୍ରିୟ ବନ୍ଧୁ ଙ୍କ ସହିତ ଯୁକ୍ତି ତର୍କ ହୋଇପାରେ । ନିଜର ଭବିଷ୍ୟତ କଥା ଚିନ୍ତା କରନ୍ତୁ । ପାରିବାରିକ ସମ୍ପର୍କ ସୁଖଦ ହେବ । ଆଜି ଆପଣ ଓଃ ନମଃ ଶିବାୟ ଜପ କରନ୍ତୁ ।

ବୃଷ ରାଶି – ଶାରୀରିକ ଭାବେ ଆଜି ସୁସ୍ଥ ରହିବେ, ଆପଣ ନିଜର ଜୀବନ ଶୈଳୀକୁ ଉନ୍ନତ କରିବାକୁ ଚେଷ୍ଟା କରିବେ, କୌଣସି ଛୋଟ କଥାକୁ ନେଇ ଶଶୁର ଘର ସହିତ ଝଗଡା ହୋଇ ପାରେ । ଘରର ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟାଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ବ୍ୟବସାୟରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି ଯୁକ୍ତି ତର୍କ ଦେଖା ଦେଇ ପାରେ । ଆଜି ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି – ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ, ସମାଜରେ ଭାବ ମୂର୍ତ୍ତିରେ ସୁଧାର ଆସିବ, ପୂର୍ବରୁ ଅଟକିଥିବା ଟଙ୍କା ଫେରି ପାଇବେ, ସନ୍ତାନଙ୍କ ଦାମ୍ପତ୍ୟ ଜୀବନଙ୍କୁ ନେଇ ଚିନ୍ତିତ ହେବେ, ଧୈର୍ଯ୍ୟ ଦ୍ଵାରା କଠିନ ସମସ୍ୟାର ସମାଧାନ କରି ପାରିବେ । କାର୍ଯ୍ୟ ଭାର ଅଧିକ ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ, ପ୍ରେମ ଜୀବନରେ ସମ୍ପର୍କ ସୁଦୃଢ ହେବେ, ଆଜି ଆପଣ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି – ଆଜି ଦିନ ଟି ଆପଣଙ୍କ ପାଇଁ ଉତ୍ତମ ରହିବ, ସମାଜରେ ଲୋକଙ୍କ ପ୍ରଶଂସା ପାଇବେ, ଅସାବଧାନତା ହେତୁ ଅସୁବିଧାରେ ପଡି ପାରନ୍ତି, ବୟସ୍କଙ୍କ ପରାମର୍ଶ ନିଅନ୍ତୁ, ଗୃହରେ ହସ ଖୁସିର ବାତାବରଣ ଲାଗି ରହିବ , ଆର୍ଥିକ ସମସ୍ୟାର ଅନ୍ତ ହେବ, ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ ଆଜି ଆପଣ ହନୁମାନଙ୍କ ନଡିଆ ଅର୍ପଣ କରନ୍ତୁ ।

ସିଂହ ରାଶି – କୌଣସି ବନ୍ଧୁ ଆଜି ଖୁସି ଖବର ଦେବେ, ଆର୍ଥିକ ସ୍ଥିତି ରେ ସୁଧାର ଆସିବ, କାର୍ଯ୍ୟ ଚାପ ପାଇଁ ସାମାନ୍ୟ ଚିନ୍ତିତ ରହିବେ, ବାଣିଜ୍ୟ କ୍ଷେତ୍ରରେ ଦିନଟି ଶୁଭ ରହିଛି । ଜୀବନ ସାଥିଙ୍କ ସହିତ ମତ ଭେଦ ଆସିବ, ର-କ୍ତ ଚାପ ରୋଗୀ ନିଜ ସ୍ୱାସ୍ଥ୍ୟବସ୍ଥାର ଧ୍ୟାନ ରଖନ୍ତୁ ।

କନ୍ୟା ରାଶି – ଦିନ ଟି ଖୁସିରେ କଟିବ, କାର୍ଯ୍ୟ ଗୁଡିକ ସମୟ ପୂର୍ବରୁ ଶେଷ ହେବ, ଜମି ବିବାଦର ସମାଧାନ ହେବ ଅଧିକ ଖର୍ଚ ହେବ, ଯାତ୍ରା କରିବା ଥିଲେ ସ୍ଥଗିତ ରଖନ୍ତୁ, ପିଲା ମାନଙ୍କ ଅଧ୍ୟୟନ ଭଲ ରହିବ ।

ତୁଳା ରାଶି – ଆଜି ଦିନ ଟି ଆପଣଙ୍କର ଶାନ୍ତି ପୂର୍ଣ୍ଣ ଭାବେ କଟିବ, ଗୃହ ପାଇଁ ନୂଆ ଜିନିଷ କିଣିବେ , ଜୀବନ ଅତି ସହଜ ଓ ସରଲ ହେବ। ନିଜର ଭବିଷ୍ୟତ ଯୋଜନା କାହା ସହିତ ସେୟାର କରନ୍ତୁ ନାହିଁ, ପୂର୍ବ ପରିଶ୍ରମର ଫଳ ମିଳିବ । ମାନସିକ ଚାପ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ ।

ବିଛା ରାଶି – ନିଜର ଲୋକଙ୍କ ସହିତ ପୂର୍ବ ଶତ୍ରୁତା ଅନ୍ତ ହେବ, ଆପଣ ନିଜର ବାଣୀଙ୍କୁ ନିୟନ୍ତ୍ରଣ କରନ୍ତୁ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଅନ୍ୟ ମାନେ ଆପଣଙ୍କ ଉପରେ ଈର୍ଷା କରିବେ, ପ୍ରେମ ସମ୍ପର୍କ ସ୍ଥାୟୀ ସମ୍ପର୍କ ହେବ । ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।

ଧନୁ ରାଶି – ଆଜି ନିଜର ପ୍ରାୟାସ ଦ୍ଵାରା ସଫଳ ହେବେ, ମହିଳା ମାନେ ନିଜର ଦାୟିତ୍ଵ ସୁରୁଖୁରେ କରିବେ, ଆର୍ଥିକ ସ୍ଥିତି ଉଚ୍ଚ ନୀଚ ରହିବ, ଅନାବଶ୍ୟକ ଖର୍ଚ ରୁ ଦୂରେଇ ରୁହନ୍ତୁ, କର୍ମକ୍ଷେତ୍ରରେ ସହଯୋଗୀଙ୍କ ଶୁଭ ଫଳ ମିଳିବ । ଆଜି ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ।

ମକର ରାଶି – ରାଜ କାର୍ଯ୍ୟରେ ସଫଳ ହେବେ, ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ, ଶତ୍ରୁଙ୍କ ଠାରୁ ବିଜୟ ହାସଲ କରିବେ, ବ୍ୟବସାୟରେ ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବେ, ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିବ ।

କୁମ୍ଭ ରାଶି – ବିଦ୍ୟାର୍ଥୀ ମାନେ ଚାପରୁ ମୁକ୍ତ ହେବେ, ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ସୁ ସମ୍ପର୍କ ସ୍ଥାପନ ହେବ, ଶତ୍ରୁ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ କିନ୍ତୁ ସତର୍କତା ସହିତ କାମ କରିବେ କ୍ଷତି ହେବ ନାହିଁ , ଜୀବନ ସାଥିଙ୍କ ସହଯୋଗ ହେବ, ଚାକିରି କ୍ଷେତ୍ରରେ ସୁଫଳ ମିଳିବ।

ମୀନ ରାଶି – ସ୍ୱାସ୍ଥ୍ୟ ବସ୍ଥା ଅନୁକୂଳ ରହିବ, ଆଜି ଦିନ ଟି ଆପଣଙ୍କ ପାଇଁ ଶୁଭ ଅଟେ, ଯୁବକ ମାନେ ନିଜର ଭବିଷ୍ୟତ ଉପରେ ଧ୍ୟାନ ଦେବେ, ଆଜି ଘରର ମହଙ୍ଗା ଜିନିଷର ଖରାପ ହୋଇ ପାରେ, ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି ହେବ ।

Leave a Comment