ଆଜି ୨୭ ଅକ୍ଟୋବର ଶୁକ୍ରବାର କେମିତି କଟିବ ୧୨ଟି ରାଶିଙ୍କର ଦିନ

ଆଜି ହେଉଛି ୨୭ ଅକ୍ଟୋବର ୨୦୨୩ ,ଶୁକ୍ରବାର ଆଶ୍ୱିନ ମାସ ଶୁକ୍ଳପକ୍ଷ , ତୁଳା ୧୦ ଦିନ ।

ସୂର୍ଯ୍ୟୋଦୟ ଏବଂ ଅସ୍ତ : ଘ ୦୫/୪୯ ଘ ୦୫/୧୨ ।
ଶୁଭବେଳା : ଦିବା ୦୬/୧୫ ରୁ ଦିବା ୦୮/୫୬ ।

ଘାତବାର – ବିଛା , ଧନୁ ଏବଂ ମୀନ ।
ଘାତଚନ୍ଦ୍ର – ଧନୁ
ବିରି ଏବଂ ବାଇଗଣ ଭକ୍ଷଣ ନିଷେଧ ।

ମେଷ – ପାରିବାରିକ ଓ କର୍ମ କ୍ଷେତ୍ରରେ ପାରିପାର୍ଶ୍ବିକ ପରିସ୍ଥିତି ଭଲ ରହିବ । ଶୁକ୍ର ପ୍ରଭାବରେ ବିଳାସ ଉପକରଣ ଓ ଅର୍ଥଲାଭ ସାଙ୍ଗକୁ ଶାରୀରିକ ସୁସ୍ଥ ତା ଫେରି ପାଇବେ । ବାଣିଜ୍ୟ ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ତା ଦେଖା ଦେଇ ପାରେ । ମାନସିକ ଶାନ୍ତି ମିଳିବ । ରାଜନୀତିରେ ଉଚ୍ଚ ପଦୋନ୍ନତି ହେବ । ଆଜି ଆପଣ ଗଙ୍ଗାଜଳ ପାନ କରନ୍ତୁ ।

ବୃଷ – ବନ୍ଧୁଙ୍କ ଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ । ପାରିବାରିକ ଉନ୍ନତି ହେବ । ଛାତ୍ରକୁ ଖୁସି ଖବର ମିଳିବ । ନୂତନ କାର୍ଯ୍ୟ ଆରମ୍ଭ ପୂର୍ବରୁ ଭଲରେ ଭାବନ୍ତୁ । ଆଜି ଆପଣ କୁକୁରକୁ ଖାଇବାକୁ ଦିଅନ୍ତୁ ।

ମିଥୁନ – କର୍ମକ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ । ପରିବାରରେ ସମାଲୋଚନା ହୋଇପାରେ । ଆଜି ସବୁ କାମ ଆପଣଙ୍କ ମାନ ମୁତାବକ ହୋଇପାରେ । ବନ୍ଧୁଙ୍କ ସହ ଭେଟ ହୋଇପାରେ । ଯାନବାହାନ ସୁଖ ମିଳିପାରେ। ମାତା ପିତା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ – ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ । ଆକସ୍ମିକ ଭାବରେ ଶୁଭ ସମ୍ବାଦ ଶୁଣିବେ । ବନ୍ଧୁ ମିଳନରେ ଉଷ୍ଟାହିତ ହେବେ । ମାନସିକ ଅଶାନ୍ତି ବଢିପାରେ । ଧନ ଲାଭ ହୋଇପାରେ । ଆୟ ଉପାର୍ଜନ ବୃଦ୍ଧି ହେବା । ଫିକା ରଙ୍ଗର ରୁମାଲ୍ ପାଖରେ ରଖନ୍ତୁ ।

ସିଂହ – କର୍ମକ୍ଷେତ୍ରରେ ସହଯୋଗ ପାଇବେ । ଆଜି ଅସମୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବେ । ବ୍ୟବସାୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଜି ଆପଣଙ୍କୁ ସହ ଯୋଗ ମିଳିପାରେ । କୌଣସି କସୁରି ଗାଈକୁ ଖାଇବାକୁ ଦିଅନ୍ତୁ ।

କନ୍ୟା – ଅପୂରଣୀୟ ଆଶା ମନରେ ବିଭ୍ରାନ୍ତ ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଆଜି ଆପଣ ଅନୁତାପ କରିପାରନ୍ତି । ମାତା ପିତାଙ୍କ ଠାରୁ ସହଯୋଗ ମିଳିଥାଏ । ନିଜ ମନ ମୁତାବକ କାମ କରିବେ । ରାସ୍ତାରେ ଯିବା ସମୟରେ ସତର୍କ ରୁହନ୍ତୁ । ଆଜି ଆପଣ କାଉ ଓ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା – ସାମାଜିକ କ୍ଷେତ୍ରରେ ମନର ଭାବ ପ୍ରକାଶ କରିବେ । କୌଣସି ସମସ୍ୟାର ସମାଧାନ ମିଳିବ । ପଇସା ଅଭାବରୁ ମାନସିକ ଅଶାନ୍ତି ବଢିପାରେ। ଯାନ ବାହାନାରେ ଦେଖିକରି ଯିବା ଆସିବା କରନ୍ତୁ । ଆଜି ଆପଣ କୁକୁରକୁ ଖାଇବାକୁ ଦିଅନ୍ତୁ ।

ବିଛା – କର୍ମ କ୍ଷେତ୍ରରେ ମନ ଭାରାକ୍ରାନ୍ତ ରହିବ । ଧାର କରଜ କରିପାରନ୍ତି । ପ୍ରତିଯୋଗିତାରେ ସଫଳତା ପାଇବେ । ବନ୍ଧୁ ଠାରୁ ସଫଳତା ପାଇବେ । କର୍ମଜୀବୀ ମହିଳା ମାନଙ୍କ ପାଇଁ ଦିନଟି ଅତି ଭଲ । କୌଣସି ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

ଧନୁ – ପାରିବାରିକ କ୍ଷେତ୍ରରେ ଅସ୍ଥିରତା କର୍ମକ୍ଷେତ୍ର କୁ ପ୍ରଭାବିତ କରିପାରେ । ଯାତ୍ରାରେ ସୁଫଳ ପାଇବେ । ସାଙ୍ଗ ସାଥିଙ୍କ ମଧ୍ୟରେ କଳହ ବଢିପାରେ । ଧନ ଲାଭର ଯୋଗ ଅଛି । ମାନସିକ ଶାନ୍ତି ମିଳିବ ।ଶୁଭ ସମାଚାର ମିଳିପାରେ । ଆମିଷ ସେବନ କରନ୍ତୁ ନାହିଁ ଓ ମିଠା ଦହି ଖାନ୍ତୁ ।

ମକର – ଆଜି ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେଇ ପାରେ । ଅନ୍ତରଙ୍ଗ ବନ୍ଧୁ ସହ ଦେଖା ହୋଇପାରେ ।ନୂଆ ଉତ୍ସ ରୁ ଧନ ଲାଭ ହୋଇପାରେ । ପାରିବାରିକ ଶାନ୍ତି ମିଳିବ । ଭୋକିଲା ଲୋକକୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ – ଅସଜାଦା ପରିସ୍ଥିତିକୁ ସମ୍ଭାଳି ନେବେ । ସାମୟିକ ଚିନ୍ତା କରିପାରନ୍ତି । ନୂଆ ଖୁସି ମିଳିପାରେ । ପ୍ରିୟ ଜନକୁ ହୃଦୟର କଥା କହିବେ । ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ କରିବେ । କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ – ପାରସ୍ପରିକ ଭୁଲ୍ ବୁଝାବନା କାରଣରୁ ଅର୍ଥ ସମସ୍ୟାକୁ ନେଇ ବିବାଦ ଗ୍ରସ୍ତ ହେବେ । ନିଜ ଲୋକଙ୍କ ଠାରୁ ଅପମାନ ମିଳିବ । ସାମାଜିକ ପରିସର ବୃଦ୍ଧି ପାଇବ । ଯାନବାହାନ କିଣିବା ପାଇଁ ଦିନଟି ଉପକୂଳ ହେବ । ଅଶ୍ୱତ୍ଥ ବୃକ୍ଷ ମୂଳରେ ଗୁଡ଼ ଥୁଅନ୍ତୁ ।

Leave a Comment