ଆଜି ହେଉଛି ୨୬ ଅକ୍ଟୋବର ୨୦୨୩ ଗୁରୁବାର, ଆଶ୍ଵିନ ଶୁକ୍ଲପକ୍ଷ ଦ୍ଵାଦଶୀ । ଶୁଭ ବେଳା – ପ୍ରା. ଘ .୫.୫୪ ରୁ ଦି.ଘ.୭.୨୭ ପର୍ଯ୍ୟନ୍ତ ।
ମେଷ ରାଶି – ବୁଝି ବିଚାରି ଯେଉଁ ନିବେଶ କରିଥିଲେ ତାହା ଆପଣଙ୍କ ର ଲାମ୍ବା ଅବଧିର କାରଣ ହେବ । ବାଣୀ ଓ କ୍ରୋଧରେ ନିୟନ୍ତ୍ରଣ ରଖିବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାର ପାଇଁ ଖର୍ଚ୍ଚ କରିବେ ।
ବୃଷ ରାଶି – ପୂର୍ବ କରିଥିବା ପରିଶ୍ରମର ଶୁଭ ଫଳ ମିଳିବ, କୌଣସି ନୂଆ ବ୍ୟବସାୟ କରିବା ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି, ଏହି ଅବଧି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ, ପିତାଙ୍କ ଆର୍ଶୀବାଦ ମିଳିବ। ପ୍ରେମ ଜୀବନରେ ମଧୁରତା ଆସିବ । ଆଜି ଓଁ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ ।
ମିଥୁନ ରାଶି – କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ । ଭାଗ୍ୟ ସଂପୂର୍ଣ୍ଣ ସାଥ ଦେବ, ବିଦ୍ୟାର୍ଥୀ ମାନଙ୍କୁ ତାଙ୍କର ପରିଶ୍ରମର ଫଳ ମିଳିବ, ଜୀବନ ସାଥିଙ୍କ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ଉତ୍ତମ ରହିବ । ସ୍ୱାସ୍ଥ୍ୟ ବସ୍ଥା ଉତ୍ତମ ରହିଛି କିନ୍ତୁ ଜଳର ସେବନ ସଠିକ ଭାବେ କରନ୍ତୁ ।
କର୍କଟ ରାଶି – ଅଧା ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ, ମାନସିକ କାର୍ଯ୍ୟ ରେ ଶାନ୍ତି ମିଳିବ, ପୂର୍ବରୁ ଉଧାର ଦେଇଥିବା ଧନ ମିଳିବ, ପିତାଙ୍କ ସ୍ୱାସ୍ଥ୍ୟବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତିରେ ଅଚାନକ ଧନ ମିଳିବ, ଖାଦ୍ୟ ପ୍ରେୟ ରେ ସାବଧାନ ରୁହନ୍ତୁ, ଆଜି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଶୁଭ ଫଳ ପାଇବେ ।
ସିଂହ ରାଶି – ଆପଣଙ୍କ ରାଶିରେ ଚନ୍ଦ୍ରଦେବଙ୍କ ଗୋଚର କାରଣରୁ ଆପଣ ସମସ୍ତ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକ ରହିଛି । ପୂର୍ବରୁ ନିଆ ଯାଇଥିବା ନିର୍ଣ୍ଣୟ ଶୁଭ ଫଳ ଦେବ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରନ୍ତୁ, ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ କିଛି ସମସ୍ୟା ଆସି ପାରେ । ଭାଇ ଭଉଣୀଙ୍କ ସମ୍ପର୍କରେ ସୁଧାର ଆସିବ ।
କନ୍ୟା ରାଶି – ବ୍ୟବସାୟରେ ନୂଆ ନିବେଶ ମିଳିବାରେ ସମ୍ଭାବନା ରହିଛି, ସମାଜ କଲ୍ୟାଣକାରୀ କାର୍ଯ୍ୟ କରିବେ, ରାଜନୈତିକ କାର୍ଯ୍ୟରେ ସୁଫଳ ମିଳିବ, କୌଣସି ବଡ ସମସ୍ୟାର ସମାଧାନ ମିଳିବ, ଅବିବାହିତ ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି, ଆର୍ଥିକ କ୍ଷେତ୍ରରେ ଶୁଭ ଖବର ପ୍ରାପ୍ତ ହେବ ।
ତୁଳା ରାଶି – ନିଜର ଶତ୍ରୁଙ୍କ ଠାରୁ ଆଜି ବିଜୟ ହାସଲ କରିବେ, ଲମ୍ବା ସମୟରୁ ଚାଲି ଆସୁଥିବା ସମସ୍ୟା ଆପଣଙ୍କର ସମାପ୍ତ ହେବାର ସମ୍ଭାବନା ରହିଛି, କାର୍ଯ୍ୟ କ୍ଷେତ୍ରରେ ନିଜକୁ ଊର୍ଜାବାନ ଅନୁଭବ କରିବେ, ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ, ପାରିବାରିକ ବାତାବରଣ ସୁଖମୟ ରହିବ, କିନ୍ତୁ ଆର୍ଥିକ ମାମଲା ସାମାନ୍ୟ ଚିନ୍ତିତ ରହିବେ । ଆଜି ଗୋ ମାତା ଙ୍କୁ ଖାଇବାକୁ ଦିଅନ୍ତୁ ।
ବିଛା ରାଶି – ରୋଜଗାର ତଥା ବ୍ୟବସାୟ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ । କୌଣସି ଛୋଟ ଯାତ୍ରାର ଯୋଗ ରହିଛି, ରାଜନୀତି ରେ ସଫଳ ମିଳିବ, ପାରିବାରିକ ଜୀବନରେ ସନ୍ତାନ ମାନେ ସୁଫଳ ପ୍ରଦାନ କରିବେ, ମାଙ୍କ ସହିତ ସମ୍ପର୍କ ରେ ଘନିଷ୍ଠତା ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ କିନ୍ତୁ ଅଧିକ ବ୍ୟୟ ହେବ । ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।
ଧନୁ ରାଶି – ବାଣିଜ୍ୟ ଓ ବ୍ୟବସାୟରେ ଅବରୋଧ କାରଣରୁ କଷ୍ଟର ସାମ୍ନା କରିବା ପାଇଁ ପଡିବ, ଚାକିର କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ମନ ମାଳିନ୍ୟ ହେବ, ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ । ବିଦ୍ୟାର୍ଥୀ ମାନେ ନିଜର ଏକାଗ୍ରତା ରେ ଧ୍ୟାନ ଦିଅନ୍ତୁ, ପାରିବାରିକ ଖର୍ଚ୍ଚ ବଢିବ । ପେଟ ଜନିତ ସମସ୍ୟା ଦେଖା ଦେଇ ପାରେ ।
ମକର ରାଶି – ନିଜର ପରାକ୍ରମରେ ବୃଦ୍ଧି ହେବ, ନିଜର କୌଶଳ ଦ୍ଵାରା ଶତ୍ରୁଙ୍କୁ ଦମନ କରିବେ, ଚିକିତ୍ସା କ୍ଷେତ୍ରରେ ସୁଧାର ଆସିବ, ରାଜକୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ବ୍ୟସ୍ତ ରହିବେ ଓ ନୂଆ ଦାୟିତ୍ଵ ମିଳିବ, ପାରିବାରିକ ଜୀବନରେ ଭାଇଙ୍କର ସହଯୋଗ ମିଳିବ। ଆଜି ହନୁମାନଙ୍କୁ ପୂଜା କରନ୍ତୁ ।
କୁମ୍ଭ ରାଶି – ସମାଜରେ ମାନ ସମ୍ମାନ ମିଳିବ, ବିଦ୍ଵାର୍ଥୀ ମାନଙ୍କର ବିକାଶ ହେବ, ନିଜର ମଧୁର ବାଣୀ ଦ୍ଵାରା ଅନ୍ୟଙ୍କୁ ନିଜର କରି ପାରିବେ, ପରିବାରରେ ସ୍ତ୍ରୀଙ୍କ ସହଯୋଗ ମିଳିବ, ପ୍ରେମ ଜୀବନ ସମୟ ଅନୁକୂଳ ରହିବ, ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିବ। ମାନସିକ ଶାନ୍ତି ମିଳିବ, ଆଜି କୌଣସି ଗରିବ ଲୋକଙ୍କୁ ଔଷଧ ଦାନ କରନ୍ତୁ ।
ମୀନ ରାଶି – ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅନ୍ତ ହେବ, ସମାଜରେ ନିଜର ଛବିରେ ଉନ୍ନତି ଆସିବ, ଅଜା ଆଇ ଙ୍କ ସେବା କରନ୍ତୁ, ପରିବାରରେ ସହଯୋଗ ମିଳିବ, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ, କିନ୍ତୁ ଅନାବଶ୍ୟକ ଖର୍ଚରୁ ଦୂରେଇ ରୁହନ୍ତୁ। ଆଜି ହନୁମାନ ଚାଳିଶା ପାଠ କରନ୍ତୁ ।