ଆଜି ଦଶହରା ୨୪ ଅକ୍ଟୋବର ୨୦୨୩ ମଙ୍ଗଳବାର ରାଶିଫଳ ଜାଣନ୍ତୁ କେଉଁ ରାଶିଙ୍କର କେମିତି କଟିବ ଦିନ

ଆଜି ହେଉଛି ୨୪ ଅକ୍ଟୋବର ୨୦୨୩ ମଙ୍ଗଳବାର । ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ଦି. ଘ.୩.୧୪ ଗତେ ଏକାଦଶୀ ଧନିଷ୍ଟା ନକ୍ଷତ୍ର ଦି. ଘ.୩.୨୭ ଗତେ ଶତାଭିସା ନକ୍ଷତ୍ର । ଆଜିର ନକ୍ଷତ୍ର କୁମ୍ଭଚନ୍ଦ୍ର ଅହୋରାତ୍ର । ପର୍ବ – ଦଶହରା ଓ ସର୍ବସମ୍ମତି ବିଜୟା ଦଶମୀ ।
ଶୁଭ ବେଳା – ପ୍ରା. ଘ .୫.୫୩ ରୁ ଦି.ଘ.୬.୩୯ ପର୍ଯ୍ୟନ୍ତ ।

ଆଜି ମିଥୁନ ଓ ମୀନ ରାଶିର ଘାତ ବାର । ମକର ରାଶିରେ ଆଜି କଲମୀ ଶାଗ ଖାଇବା ନିଷିଦ୍ଧ ।

ମେଷ – ଆଜି ଆପଣଙ୍କର ଦ୍ଵାରା ନିଆଯାଇଥିବା ନିଷ୍ପତିରେ ସଫଳତା ଲାଭ କରିବେ । ଲାଭର ଉତ୍ତମ ସ୍ଥିତି ଲଗିରହିବ । କୌଣସି ପୁରୁଣା ବନ୍ଧୁ ମାନଙ୍କର ସହ ଯୋଗରୁ ବ୍ୟାପାରରେ ଉନ୍ନତି ହେବ ।ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରୋତ୍ସାହନ ମିଳିବ । ପରିବାରରେ ସୁଖଶାନ୍ତି ଓ ହସଖୁସିରେ ବାତାବରଣ ଲାଗି ରହିବ । କିଛି ଖାଦ୍ୟ ପକ୍ଷୀ ଙ୍କୁ ଦିଅନ୍ତୁ ସୁଭାଫଳ ମିଳିବ ।

ବୃଷ – ଆପଣ କୌଣସି ଗୁରୁ୍ତ୍ଵପୂର୍ଣ୍ଣ ବ୍ୟକ୍ତି ଙ୍କ ସହ ଦେଖା କରିବେ । ନୂଆ ସନ୍ଧାନ ଓ ବାଣିଜ୍ୟ କ୍ଷେତ୍ରରେ ପରିବର୍ତ୍ତନ ଲାଭ କରିବେ । ମାତା ପିତାଙ୍କ ସ୍ନେହ ଓ ଆଶୀର୍ବାଦ ମିଳିବ । ପାରିବାରିକ ଜୀବନ ସୁଖମୟ ରହିବ । ସ୍ବାସ୍ଥ୍ୟାବସ୍ଥାରେ ଆଖି ସମ୍ଭାଧିତ ଲକିଛି ଦୋଷ ଦେଖା ଦେଇପାରେ । ଆଜି ଆପଣ କିଛି ଖାଦ୍ୟ ଗରିବଙ୍କୁ ଦାନ କରନ୍ତୁ କଲ୍ୟାଣ ପ୍ରାପ୍ତ ହେବ ।

ମିଥୁନ – ଆଜି ଭାଗ୍ୟ ଆପଣଙ୍କର ସହିତ ରହିବ । ଆପଣଙ୍କୁ ଆକସ୍ମିକ ଲାଭ ମିଳିପାରେ । ବିଦ୍ୟାର୍ଥୀ ମାନଙ୍କୁ ଖୁସି ଖବର ମିଳିବ । ପୈତୃକ ସମ୍ପତି ଲାଭ କରିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ଶୁଭ ଫଳ ମିଳିବ ।

କର୍କଟ -ଆଜି ଆପଣଙ୍କୁ ଆପଣଙ୍କ ମାନସିକ ସ୍ଥିତି ଭ୍ରମିତ କରିବ। ଆବଶ୍ୟକ ନିର୍ଣ୍ଣୟ କିଛି ସମୟ ପାଇଁ ସ୍ତଗିତ କରିଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରୁ କିଛି ଦିନ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀ ମାନେ ସାବଧାନ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ତିର ରହିବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଆଜି ଆପଣ ଜଣେ ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ ।

ସିଂହ – ଆଜି ଆପଣଙ୍କ ପାଇଁ ଦିନଟି ଅତି ଲାଭ ଦାୟକ ଅଟେ ।ଆପଣଙ୍କ ପ୍ରଭାବ କ୍ଷେତ୍ରରେ ବୃଦ୍ଧି ଘଟିବ । ଆପଣ କିଛି ପ୍ରଶଂସାର ପାତ୍ର ହୋଇପାରନ୍ତି । ପାରିବାରିକ ଜୀବନ ଖୁସିରେ କରିବ । ସାମାଜିକ ମାନ ସମ୍ମାନ ମିଳିବ । ତ୍ଵଚା ସମସ୍ୟା ଦେଖା ଦେଇ ପାରେ । ଆଜି ଆପଣ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ।

କନ୍ୟା – ଆଜି ଶତ୍ରୁ ଆପଣଙ୍କର ବିଷୟରେ ଷଡ଼ଯନ୍ତ୍ର ରଚନା କରିପାରନ୍ତି। କିନ୍ତୁ ଆପଣ ନିଜ ବୁଧିବଳରେ ସେଥିରୁ ମୁକୁଳି ପାରିବେ । ନୂଆ ବ୍ୟବସାୟ ଆରମ୍ଭ ର ଅନୁକୂଳ ସମୟ ନୁହେଁ । ଆର୍ଥିକ ସ୍ଥିତିରେ ସୁଧାର ହେବ । ସ୍ବାସ୍ଥ୍ୟ ଉତ୍ତମ ରହିବ । ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ ।

ତୁଳା – ଆଜି ଆପଣଙ୍କୁ ପ୍ରୋତ୍ସାହନ ମିଳିବ ।ବିଦ୍ୟାର୍ଥୀ ମାନଙ୍କୁ ସୁଭଫଳ ମିଳିବ । ବ୍ୟବସାୟରେ ହାନି ଘଟିବ। ଅନ୍ୟର ସହଯୋଗ ମିଳିପାରେ । ପ୍ରେମଜିବନ ଆନନ୍ଦ ଦାୟକ ରହିବ । ନଗଦ ଧନ ରେ ଅସୁବିଧା ହୋଇପାରେ । ଆଜି ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ।

ବିଛା – ଆପଣଙ୍କର ଚିନ୍ତା ବଢିପାରେ । ଆତ୍ମ ବିଶ୍ଵାସର ହାନି ଘଟିବ । ପାରିବାରିକ ଜୀବନରେ ମତଭେଦ ଦେଖା ଦେଇପାରେ । ବନ୍ଧୁମିଳନ ର ଯୋଗ ଅଛି । ଆଜି ଆପଣ ଟିକିଏ ସାବଧାନ ରୁହନ୍ତୁ । ଆପଣ ଆଜି ଶିବଲିଙ୍ଗ ରେ ଜଳ ଅର୍ପଣ କରନ୍ତୁ ।

ଧନୁ – ଆଜି ଆପଣଙ୍କର ବ୍ୟାପାରିକ ସମ୍ବଧ ସ୍ଥାପନ ହେବ । କାମରେ ତତ୍ପରତା ଦେଖାଦେବ ।ସାମାଜିକ କ୍ଷେତ୍ରରେ ଉନ୍ନତି ହେବ । ନୂଆ କାର୍ଯ୍ୟ ରେ ସଫଳତା ମିଳିବ । ପରିବାରରେ ପ୍ରସନ୍ନ ତା ଲାଗି ରହିବା ।ଆର୍ଥିକ ସ୍ଥିତି ଦୃଢ଼ ରହିବା । ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ମକର – ଆଜି ଆପଣଙ୍କ ସ୍ୱଭାବରେ ମଧୁରତା ଆସିବ । ଆଜି କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ଦୃଢ଼ ରହିବ । ପାରିବାରିକ ଜୀବନ ରେ ପିତାଙ୍କ ସ୍ନେହ ମିଳିବ । ସମ୍ପର୍କରେ ଘନିଷ୍ଟତା ଆସିବ । ହନୁମାନ ଙ୍କୁ ଜପ କରନ୍ତୁ ।

କୁମ୍ଭ – ଆପଣଙ୍କର ଆତ୍ମବିଶ୍ବାସ ବଢିବା । ବ୍ୟବସାୟିକ ଲାଭ ହେବ । ପାରିବାରିକ ଜୀବନରେ କିଛି ଶୁଭ ସମାଚାର ମିଳିବ । ଆପଣଙ୍କର ଅଟକି ଥିବା କାର୍ଯ୍ୟରେ ସୁଧାର ଆସିବା । ଆର୍ଥିକ ସ୍ଥିତି ଦୃଢ଼ ରହିବ । ବଜରଙ୍ଗ ବାନ ପାଠ କରନ୍ତୁ ।

ମୀନ – ଆଜି ଆପଣଙ୍କର ଆର୍ଥିକ ହାନି ହୋଇପାରେ । ଆପଣ ଟିକିଏ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି କିଛି ସମସ୍ୟା ଦେଖା ଦେଇ ପାରେ । ପରିବାରରେ କିଛି ସୁଖ ସମାଚାର ମିଳିପାରେ ।ଆର୍ଥିକ ସ୍ଥିତି ମାଧ୍ୟମ ରହିପାରେ । ଆଜି ଆପଣ କୃଷ୍ଣ ସହସ୍ର ନାମ ଜପ କରନ୍ତୁ ।

Leave a Comment