ଆଜି ଏକାଦଶୀ ୨୫ ଅକ୍ଟୋବର ବୁଧବାର, ଆଜି ୧୨ଟି ରାଶିର ଦିନ କିପରି କଟିବ ଜାଣନ୍ତୁ

ଆଜି ହେଉଛି ୨୫ ଅକ୍ଟୋବର ୨୦୨୩ ବୁଧବାର, ଆଶ୍ଵିନ ଶୁକ୍ଲପକ୍ଷ ଏକାଦଶୀ ତୁଳା ୮ ଦିନ ଶତଭିଷା ନକ୍ଷତ୍ର ଓ କୁମ୍ଭ ଚନ୍ଦ୍ର । ଶୁଭ ବେଳା – ପ୍ରା. ଘ .୫.୫୩ ରୁ ଦି.ଘ.୬.୩୯ ପର୍ଯ୍ୟନ୍ତ ।

ମେଷ – ଆଜି ଆପଣଙ୍କ ଦ୍ଵାରା କରାଜିଥିବା ନିବେଶ ଆଜି ଆପଣଙ୍କୁ ସର୍ବୋତ୍ତମ ଲାଭ ଦେବ । ସାମାଜିକ କାର୍ଯ୍ୟରେ ଖ୍ୟାତି ବୃଦ୍ଧି ହେବ, ଆପଣ ଆରମ୍ଭ କରୁଥିବା କାର୍ଯ୍ୟରେ ପ୍ରଗତି ଆସିବ । ପାରିବାରିକ ସମ୍ପତ୍ତି ବିବାଦ ସମାଧାନ ହୋଇପାରେ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟରେ ଗତି ଆସିବ ।

ବୃଷ ରାଶି – ଆପଣଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ନୂତନ ଅବସର ପ୍ରଦାନ କରିବ । କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ । ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିର୍ଣ୍ଣୟ ଆପଣଙ୍କ ପାଇଁ ଭବିଷ୍ୟତରେ ସୁଫଳ ପ୍ରଦାନ କରିବ । ପିତାଙ୍କ ଠାରୁ ମାର୍ଗ ଦର୍ଶନ ଓ ସମର୍ଥନ ପାଇବେ । କିନ୍ତୁ ନିଜର ସନ୍ତାନ୍ ପାଇଁ ଚିନ୍ତିତ ରହିବେ ।

ମିଥୁନ ରାଶି – ଆଜି ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସାଥ ମିଳିବ, ଅଳସ ଛାଡି କାର୍ଯ୍ୟ ରେ ମନ ଲଗେଇବେ । ସ୍ତ୍ରୀ ଙ୍କ ସହଯୋଗ ମିଳିବ ଏବଂ ଜୀବନ ସାଥିଙ୍କ ସହିତ ସମ୍ପର୍କରେ ପ୍ରଗାଢତା ଆସିବ । ସନ୍ତାନ ମାନେ ସୁଖଦ ସମାଚାର ଦେବେ । ଆର୍ଥିକ ଜୀବନ ଶୁଭ ଫଳ ମିଳିବ । ଆଜି ଆପଣ ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ଶୁଭ ଫଳ ମିଳିବ ।

କର୍କଟ ରାଶି – କର୍ମ କ୍ଷେତ୍ରରେ କିଛି ବଡ ପରିବର୍ତ୍ତନ ଆସିବ । ସରକାରୀ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମାନଙ୍କୁ ଉପର ଅଫିସରଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟବସ୍ଥାର ସଂପୂର୍ଣ୍ଣ ଧ୍ୟାନ ରଖନ୍ତୁ । ନୂଆ ସ୍ଥାନ ଭ୍ରମଣ କରିବେ । ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ ।

ସିଂହ ରାଶି – ଆଗାମୀ ଦିନରେ ପୂର୍ବରୁ ଅଟକି ଥିବା କାର୍ଯ୍ୟ ଫୁଣି ଥରେ ଆରମ୍ଭ ହେବେ, ସାମାଜିକ କ୍ଷେତ୍ରରେ ଉନ୍ନତି ଆସିବ, ଅବିବାହିତ ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ମିଳିବ, ରାଜକୀୟ କାର୍ଯ୍ୟରେ ସୁଫଳ ମିଳିବ । ପାରିବାରିକ ସମ୍ପର୍କ ରେ ସୁଧାର ଆସିବ, ପ୍ରେମ ଜୀବନ ଶୁଭ ଖବର ଦେବେ, ଆଜି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି – କାର୍ଯ୍ୟ ରେ ମାନ ସମ୍ମାନ ବଢିବ , ପାରିବାରିକ ଜୀବନରେ ସନ୍ତାନଙ୍କ ଉନ୍ନତି ଆସିବ, ଜୀବନ ସାଥି ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସହଯୋଗ କରିବେ, ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିଛି । ଆଜି ଆପଣ ଶ୍ରୀ ଗଣେଶ ଓ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ତୁଳା ରାଶି – ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀ ପରୀକ୍ଷାରେ ସଫଳ ଫଳ ମିଳିବ, ବ୍ୟବସାୟୀ ମାନେ ଲାଭ ଫଳ ପାଇବେ , ପ୍ରେମ ଜୀବନରେ ସାଥି ସୁଫଳ ଫଳ ଦେବେ, କିନ୍ତୁ ଭାଇ ଓ ଭଉଣୀଙ୍କ ସହ ମନମାଳିନ୍ୟ ହେବ, ପିତା ମାତାଙ୍କର ସେବା କରିବାର ସୁଯୋଗ ପାଇବେ । ଆର୍ଥିକ ସମସ୍ୟା ଦେଖା ଦେଇ ପାରେ । ଆଜି ଗରିବଙ୍କୁ ସାହାର୍ଯ୍ୟ କରନ୍ତୁ ।

ବିଚ୍ଛା ରାଶି – ଆଧା କାର୍ଯ୍ୟ ପୂର୍ଣ ହେବ, କଠିନ ପରିଶ୍ରମର ଉତ୍ତମ ଫଳ ପାଇବେ, କିନ୍ତୁ ପାରିବାରିକ ଜୀବନରେ କିଛି ଝଗଡା ହୋଇ ପାରେ, ଜୀବନ ସାଥିଙ୍କ ଇଚ୍ଛାର ଧ୍ୟାନ ରଖନ୍ତୁ, ଆର୍ଥିକ ସ୍ଥିତିରେ ଅଚାନକ ଅର୍ଥ ପ୍ରାପ୍ତି ହେବ । ବୃଦ୍ଧ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ।

ଧନୁ ରାଶି – ଆପଣ ଆପଣଙ୍କ କାର୍ଯ୍ୟରେ ପରିବାରରୁ ସମସ୍ତ ସହଯୋଗ ପାଇବେ , ବିଦେଶରୁ କିଛି ଉତ୍ତମ ସମାଚାର ମିଳିବାରୁ ମନ ପ୍ରସନ୍ନ ରହିବ ଏବଂ ପରିବାର ପାଇଁ କିଛି ଟଙ୍କା ଖର୍ଚ୍ଚ କରିବେ, ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ରେ ଉନ୍ନତି ଆସିବ । ଓଁ ବିଘ୍ନେସ୍ଵରାୟ ମନ୍ତ୍ର ଜପ କରନ୍ତୁ ।

ମକର ରାଶି – ନିଜର ବିଚାର ଧାରାରେ ସମସ୍ତଙ୍କୁ ପ୍ରଭାବିତ କରିବେ । କଳା ମାଧ୍ୟମରେ ଆପଣଙ୍କ ମାନ ବଢିବ, ବାଣିଜ୍ୟ ପାଇଁ ଏହା ଉତ୍ତମ ସମୟ, ପାରିବାରିକ ଜୀବନରେ ସାନ ମାନଙ୍କୁ ଉତ୍ତମ ମାର୍ଗ ଦର୍ଶନ କରନ୍ତୁ । ପ୍ରେମ ଜୀବନରେ କାର୍ଯ୍ୟ ବ୍ୟସ୍ତତା ହେତୁ କିଛି ଦୂରତା ଆସି ପାରେ । ଅନାବଶ୍ୟକ ଖର୍ଚରୁ ଦୂରରୁ ରୁହନ୍ତୁ ।

କୁମ୍ଭ ରାଶି – ବ୍ୟକ୍ତିତ୍ଵର ଆକର୍ଷଣ ହେବ, ବାଣିଜ୍ୟ ଓ ବ୍ୟବସାୟରେ କରିଥିବା ପରିବର୍ତ୍ତନ ଆସିବ, ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବେ । ବନ୍ଧୁ ମାନେ ଆପଣଙ୍କୁ ଖୁସି ଦେବେ, ଅବିବାହିତ ବ୍ୟକ୍ତିଙ୍କ ପାଇଁ ଉତ୍ତମ ଖବର ମିଳିବ, ପ୍ରେମ ସମ୍ପର୍କରେ ପ୍ରଗାଢତା ଆସିବ । ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ ରାଶି – ଆଜି ମାନସିକ ଚାପ ବୃଦ୍ଧି ହେବ । ଅନାବଶ୍ୟକ ସମସ୍ୟା ଆସିବ କିନ୍ତୁ ଏହାର ସମାଧାନ କରିବାରେ ଆପଣ ସକ୍ଷମ ହେବେ, ଦୀର୍ଘକାଳୀନ ନିବେଶ ଉତ୍ତମ ଫଳ ଦେବ, ପାରିବାରିକ ସମ୍ପର୍କ ସୁଦୃଢ ହେବ । ପୂଜା ପାଠରେ ମନ ଲାଗିବ, ସ୍ୱାସ୍ଥ୍ୟ ଉତ୍ତମ ରହିବ ଆଜି ଆପଣ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ।

 

 

Leave a Comment