ଅଭିନେତ୍ରୀ ଅନିତା ଦାସ (Anita Das) ଙ୍କୁ ମନେ ପକାଇ ହିରୋ ଆକାଶ ଦାସ (Aakash) କହିଲେ ସେ ମୋ ମାଉସୀ ନୁହେଁ ସେ ମୋ ମା ଥିଲେ

ଓଡିଆ ସିନେମାର ସୁପର ଷ୍ଟାର ଆକାଶ ଦାସ ନାୟକଙ୍କୁ ସମସ୍ତେ ତ ଜାଣିଥିବେ କିନ୍ତୁ ବହୁତ ଲୋକ ଏହି କଥା ହୁଏତ ଜାଣି ନଥିବେ ଯେ ଓଡିଆ ସିନେମାରେ ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସ ହେଉଛନ୍ତି ଆକାଶଙ୍କର ମାଉସୀ । ଅନିତା ଦାସ ଆକାଶଙ୍କ ମାଙ୍କର ସାନ ଭଉଣୀ ଅଟନ୍ତି । ଯେତେବେଳେ ବି ଓଡିଆ ସିନେମାର ଇତିହାସ ଲେଖାଯିବ ନିଶ୍ଚୟ ଅନିତା ଦାସଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ ।

ଆକାଶ କହିଛନ୍ତି ଅନିତା ଦାସ ମୋ ମାଉସୀ ସତ କିନ୍ତୁ ସେ ତାଙ୍କୁ ତାଙ୍କର ମା ବୋଲି ଭାବନ୍ତି । ଆକାଶ ଅନେକ ସିନେମାରେ ମଧ୍ୟ ଅନିତା ଦାସଙ୍କ ପୁଅ ଚରିତ୍ରରେ ଅଭିନୟ କରିଛନ୍ତି, ଏହାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ଆକାଶ । ମାଉସୀ ଆଜି ବି ତାଙ୍କର ବହୁତ ମନେ ପଡନ୍ତି । ଅନିତା ଦାସ ଯେମିତି ପରଦା ରେ ଜଣେ ସ୍ନେହୀ ମା ଭୂମିକା ରେ ଅଭିନୟ କରନ୍ତି ଠିକ ସେହି ପରି ସେ ବାସ୍ତବ ଜୀବନରେ ମଧ୍ୟ ଅତ୍ୟନ୍ତ ସ୍ନେହୀ ସ୍ଵଭାବର ମଣିଷ ଟିଏ ଥିଲେ ।

ଆକାଶ କହିଛନ୍ତି ସେ ପିଲା ଦିନେ ଅନେକ ସମୟ ମାଉସୀଙ୍କ ପାଖରେ ବଢିଛନ୍ତି, ପିଲା ଦିନର ଏକ ସ୍ମୃତିଙ୍କୁ ମାନେ ପକାଇ ସେ କହିଛନ୍ତି ଆକାଶଙ୍କର ଏକ ଫଟୋ ସେ ରାମ ଚରିତ ମାନସ ମଧ୍ୟରେ ରଖିଥିଲେ, ଆଉ ସେ ଯେବେ ବି ଯାଉଥିଲେ ତାଙ୍କୁ କହୁଥିଲେ ଦେଖେ ତୋର ଫଟୋ ରାମ ଚରିତ ମାନସରେ ରଖିଛି ନିଶ୍ଚୟ ତୁ ବଡ ହେଲେ ରାମଙ୍କ ପରି ହେବୁ । ଅନିତା ଦାସ ଆକାଶଙ୍କୁ ସ୍ନେହରେ ଲାଟୁ, ଲାଲୁ ବୋଲି ଡାକନ୍ତି ।

ଯେତେବେଳେ ଆକାଶ ପ୍ରଥମେ ସିନେମା କୁ ଆସିବା ପାଇଁ ଚାହିଁ ଥିଲେ ସେ ତାଙ୍କୁ ମନା କରିଥିଲେ କିନ୍ତୁ ଯେତେବେଳେ ଆକାଶ ନିଜେ ନିଜ ଗୋଡରେ ଛିଡା ହେଲେ ଏହା ପରେ ଅନିତା ତାଙ୍କୁ ଅନେକ ପ୍ରୋତ୍ସାହନ ଦେଇଥିଲେ ଓ ଆକାଶଙ୍କୁ ସେ ସିନେମା ପରଦା ଦେଖି ବହୁତ ଖୁସି ହେଉଥିଲେ । ଆକାଶଙ୍କର କୌଣସି ନୂଆ ସିନେମା ରିଲିଜ ହେଲେ ଅନିତା ତାଙ୍କ ସହ ସିନେମା ଦେଖିବା ପାଇଁ ଯାଇ ଥାନ୍ତି ଓ ବହୁତ ଖୁସି ମଧ୍ୟ ହୁଅନ୍ତି ।

Leave a Comment