ଅନ୍ୟ ପୁରୁଷଙ୍କ ସହ ମୋ ରାତି ବିତାନ୍ତି, ବାପା ସବୁବେଳେ ମୋତେ କାନ୍ଦି କାନ୍ଦି କୁହନ୍ତି – ଦେଖନ୍ତୁ ଭିଡିଓ

ମୋ ମାମା ଜଣେ ଖରାପ ଚରିତ୍ରର ଲୋକ, ମୋ ମାଙ୍କ ଅନେକ ପର ପୁରୁଷଙ୍କ ସହ ରହିଛି ଶାରୀରିକ ସମ୍ପର୍କ । ଅନ୍ୟ ପୁରୁଷ ମାନଙ୍କୁ ଘରକୁ ଡାକିବା ପାଇଁ ମା ବାପାଙ୍କୁ କୁହନ୍ତି । ମୁଁ ନିଜେ ଦେଖିଛି ମୋ ମା ସବୁବେଳେ ଅଲଗା ଟୋକା ଙ୍କ ସହ କଥା ହୁଅନ୍ତି, ସବୁ କଥା ବାପା ମୋତେ କାନ୍ଦି କାନ୍ଦି କୁହନ୍ତି । ଯେତେ ବୁଝାଇଲେ ବି ମୋ ମା ବାପାଙ୍କର କଥା କୁ ଶୁଣୁ ନଥିଲେ ସେଥିପାଇଁ ଆଜି ମୋ ବାପା ଆତ୍ମ-ହ-ତ୍ୟା କାରିବା ପାଇଁ ବାଧ୍ୟ ହୋଇଛନ୍ତି ।

ପରକୀୟା ପ୍ରତି ଆଗରେ ହାର ମାନିଲା ଦୀର୍ଘ ୧୭ ବର୍ଷର ବୈବାହିକ ଜୀବନ । ପର ପୁରୁଷ ପାଇଁ ମା ଆଗରେ ତୁଚ୍ଛ ପାଲଟିଲେ ଜନ୍ମ କରିଥିବା ସନ୍ତାନ । ଏହି ଭଳି ଏକ ଅଘଟନୀୟ ଘଟଣା ଦେଖିବା ପାଇଁ ମିଳିଛି ଭୁବନେଶ୍ଵର ଅନ୍ତର୍ଗତ ପାହାଲ ଥାନ ନିକଟରେ ଥିବା ଜଗନ୍ନାଥ ପଞ୍ଚାୟତ ଅନ୍ତର୍ଗତ ଜୟ ଶାସନ ଗ୍ରାମରେ । ବିବାହର ୧୭ ବର୍ଷ ବୟସ ହୋଇଥିଲେ ମଧ୍ୟ ମହିଳା ତାଙ୍କର ସ୍ଵାମୀ ଓ ଦୁଇ ପିଲାଙ୍କ କଥା ନଭାବି ପର ପୁରୁଷ ସହ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ ।

ଜଗନ୍ନାଥ ଦାସ ୧୭ ବର୍ଷ ତଳେ ସେହି ଗ୍ରାମର ଅର୍ଣ୍ଣପୂର୍ଣ୍ଣାଙ୍କୁ ପ୍ରେମ ବିବାହ କରିଥିଲେ । ଅର୍ଣ୍ଣପୂର୍ଣ୍ଣା ୩ ବର୍ଷ ତଳେ ଏକ ବିୟୁଟି ପାର୍ଲର ଖୋଲିବା ପାଇଁ ଚାହିଁ ଥିଲେ ଯାହାକୁ ବିରୋଧ କରିଥିଲେ ତାଙ୍କର ଶାଶୂ ଘର ଲୋକେ । ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ସେ ଏକ ପାର୍ଲର ଖୋଲିଲେ ପରବର୍ତ୍ତୀ ସମୟରେ ଅନେକ ସେଠି ଅସୁବିଧା ହେବାରୁ ଫୁଣି ଏକ ପାର୍ଲର ଖୋଲିଲେ ।

ପାର୍ଲର ଖୋଲିବା ପରେ ଉକ୍ତ ମହିଳା ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ଏଥିପାଇଁ ତାଙ୍କ ସ୍ଵାମୀ ନରେଶଙ୍କ ସହ ସବୁବେଳେ ଝଗଡା ହେଉଥିଲା । ପର ପୁରୁଷର ପ୍ରେମ ତାଙ୍କୁ ଏତେ ପାଗଳ କରି ଦେଇଥିଲା ସେ ତାଙ୍କ ସଂସାର ଛାଡି ଦେଇଥିଲେ । ପୁଅକୁ ହଷ୍ଟେଲ ରେ ଛାଡି ନରେଶଙ୍କ ଅନିଚ୍ଛା ସ୍ଵତ୍ତେ ସେ ପାହାଲ ଠାରେ ଏକ ଘର ଭଡା ନେଇ ରହୁଥିଲେ ।

ଅର୍ଣ୍ଣପୂର୍ଣ୍ଣାଙ୍କର ପର ପୁରୁଷ ସହ ସମ୍ପର୍କ ନେଇ ସ୍ଵାମୀଙ୍କ ସହ ସବୁବେଳେ ଝଗଡା ଲାଗି ରହୁଥିଲା । କିନ୍ତୁ ଅର୍ଣ୍ଣପୂର୍ଣ୍ଣାଙ୍କୁ ତାଙ୍କ ର ବାପା ଘର ଲୋକେ ସପୋର୍ଟ କରୁଥିଲେ । ନିଜର ମା ଓ ଭାଇ ଙ୍କ ସହ ମିଶି ସେ ନରେଶଙ୍କୁ ଅନେକ ମାନସିକ ନିର୍ଯ୍ୟାତନା ଦେଉଥିଲେ । ନରେଶ ନିଜ ସ୍ତ୍ରୀ ର ଅବୈଧ ସମ୍ପର୍କ ର ଫଟୋ ସୋସିଆଲ ମିଡିଆ ଓ ଅନ୍ୟ ଲୋକ ମାନଙ୍କ ଠାରୁ ପାଇ ଥିଲେ ମଧ୍ୟ ସେ ଏହି କଥା ତାଙ୍କର ଘର ଓ ପରିବାର ଲୋକଙ୍କୁ ଜଣାଇ ନଥିଲେ ।

ନରେଶଙ୍କ ସାନ ଭାଇ ତାଙ୍କର ମୃତ୍ୟୁ ପୂର୍ବ ଦିନ ରାତିରେ ଅର୍ଣ୍ଣପୂର୍ଣ୍ଣାଙ୍କ ପ୍ରବଳ ଝଗଡା ହେଉଥିବାର ଶୁଣିବା ପାଇଁ ପାଇଥିଲେ । ନିଜ ସ୍ତ୍ରୀକୁ ଫଟୋ ରେ ପର ପୁରୁଷର ବାହୁ ବନ୍ଧନରେ ଦେଖି ସହି ପାରି ନଥିଲେ ନରେଶ ବାଧ୍ୟ ହୋଇ ଶେଷରେ ଏମିତି ଏକ ନିଷ୍ପତି ନେଇଥିଲେ । ପାହାଳ ପୋଲିସ ଏହି ଘଟଣା ରେ ଏକ କେସ ରୁଜୁ କରିଛି । ଘଟଣା କେଉଁ ମୋଡ ନେବେ ଆଗାମୀ ଦିନରେ ଜଣା ପଡିବ ।

Leave a Comment