ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଜାରି ହେଲା ବଡ ଘୋଷଣା । ଆପଣ ମାନେ ଏହି କଥା ତ ନିଶ୍ଚୟ ଜାଣିଥିବେ ଯେ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକ ମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ତେବେ ଏଇ ମଧ୍ୟରେ ଆସିଛି ଏକ ବଡ ଅପଡେଟ । ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ମାନେ ରାଜ ରାସ୍ତାରେ ଆସି ଆନ୍ଦୋଳନ କରି ସରକାରଙ୍କ ପାଖରେ ନିଜର ଦାବି ରଖିଛନ୍ତି ।
ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ଶ୍ରମ ସମ୍ମିଳନୀର ନିଷ୍ପତି ଅନୁସାରେ ୧୮ ହଜାର ଦରମା ଦେବା, ଭତ୍ତା ବୃଦ୍ଧି, ଶ୍ରମିକର ମାନ୍ୟତା ଦେବା, ମୃତ୍ୟୁ କାଳୀନ ସହାୟତା ଦେବା, ପେନସନ ଯୋଜନା କୁ ଲାଗୁ କରିବା, ମିନି ଅଙ୍ଗନବାଡି କର୍ମୀ, NSP ଦର ବୃଦ୍ଧି, ୧୦୦ ଶତକଡା ପଦୌନ୍ନତି ଦେବା ଦାବି ରଖି ଓଡିଶା ସବୁ ଅଙ୍ଗନବାଡି କର୍ମୀ ମାନେ ଏକାଠି ହୋଇ ଭୁବନେଶ୍ଵରେ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ।
ବିକ୍ଷୋଭ ସମୟରେ ବ୍ୟାପକ ଅବ୍ୟବସ୍ଥା ପାଇଁ ଠେଲା ପେଲା ହୋଇଥିଲା । ସରକାର ସେମାନଙ୍କର ଦାବି ଖୁବଶୀଘ୍ର ପୂରଣ କରିବା ପାଇଁ ସୂଚନା ରହିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଏମାନଙ୍କର ଦାବି ଖୁବ ଶୀଘ୍ର ପୂରଣ ହେବ ।